loading

img
company logo
company logo
company logo
company logo

Know About

ଜ୍ୟୋତିଷ ଏକ ଶାସ୍ତ୍ର। ଜ୍ୟୋତି ଅର୍ଥ ରଶ୍ମୀ ବା ଆଲୋକ ଷ ଅର୍ଥ ଦୃଷ୍ଟି। ଜ୍ୟୋତିର୍ବିଜ୍ଞାନ ଯାହା ମାନବ ସମାଜ ପ୍ରତିଷ୍ଠା କାଳରୁ ପ୍ରାଚୀନ ମୁନି ଋଷି ମାନେ ପ୍ରଚାର କରିଛନ୍ତି।ବେଦ ବେଦଙ୍ଗ ରୁ ଆରମ୍ଭ କରି ବିଭିନ୍ନ ପ୍ରାଚୀନ ପ୍ରଧାନ ପୁରାଣ ଓ ଧର୍ମ ଶାସ୍ତ୍ର ରେ ଏହି ବିଜ୍ଞାନର ସତ୍ୟତା ସ୍ବୀକାର କରାଯାଇଅଛି। ଏହା କୁ ଶାସ୍ତ୍ର ରେ ବେଦର ଚକ୍ଷୁ ରୂପେ କଳ୍ପିତ କରାଯାଇଛି।

ଶିକ୍ଷା କଳ୍ପୋ ବ୍ୟାକରଣଂ ନିରୁକ୍ତଂ ଛନ୍ଦ ଏବ ଚ।
ଜ୍ୟୋତିଷଂ ଚେତି ବେଦନ ଷଢାଂଙ୍ଗନି ପ୍ରଚକ୍ଷତେ ।।
"ମଣିଷ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ।
କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନ ଦଣ୍ଡ।।"

ନୀୟତି ନୀତି ଅତି ବିଚିତ୍ର,ପୂର୍ବ ପ୍ରାରବ୍ଧ କର୍ମ ଅନୁସାରେ ଏ ଦିବ୍ୟ ମାନବ ଶରୀରେ ଜନ୍ମ ହୋଇଛେ ଏ ପୃଥିବୀ ପୃଷ୍ଠରେ ଜୀବ ଜନ୍ତୁ କିଟ ପତଙ୍ଗ ଠାରୁ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କ ବଞ୍ଚିବାର ଅଧିକାର ଅଛି।ପରମେଶ୍ଵରଙ୍କ ଅପାର କରୁଣା ରୁ ଆମ୍ଭଙ୍କ ଏକ ଦୁର୍ଲଭ ମାନବ ଜୀବନ ପ୍ରଦାନ କରିଅଛନ୍ତି। ମାନବ ଜୀବନ ଏକ ଦୁର୍ଲଭ ଓ ଶ୍ରେଷ୍ଠ ଜୀବନ। ଏହା ର କାରଣ ମନୁଷ୍ୟ ଠାରେ ମନ, ବୁଦ୍ଧି, ଓ ବିବେକ ଅଛି ଜାହା କି ଅନ୍ୟ କୌଣସି ଜୀବ ଠାରେ ନାହିଁ। ଏହାଦ୍ଵାରା ଆମେ ମାନେ ସମାଜ, ଦେଶ ର ଉନ୍ନତି ରେ ସହାୟ ହୋଇ ପାରିବା।

ଓଁ ଷଷ୍ଠୀଦେବୀ ମହାଭାଗୀ, ସୂତୀକା ବର ଦାୟିନୀ ତ୍ବ ଦେବୀ ପ୍ରସାଦେନ ଦୀର୍ଘ ଜୀବେଷୁ ଜାତକଃ ।

ଭାଗ୍ୟକୁ କେହି ପରିବର୍ତ୍ତନ କରିପାରିବେ ନାହିଁ । ଭାଗ୍ୟ କହିଲେ ଜନ୍ମଦାତା ଏବଂ ମୃତ୍ୟୁ । କର୍ମ ସହିତ ଭାଗ୍ୟ ଓ ଭାଗ୍ୟ ସହିତ କର୍ମର କୌଣସି ସମ୍ପର୍କ ନାହିଁ । ପିତା ମାତା ସଂଯୋଗ କାଳେ ବିହି ଯାହା ଲେଖିଛି କପାଳେ ପୂର୍ବାର୍ଜିତ କର୍ମଫଳ ଏ ଜନ୍ମେ ଯାଚି ହେଇଥାଇ ବଳେ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରାରବ୍ଧ, ବର୍ତ୍ତମାନ ଓ ଭବିଷ୍ୟତର ଫଳ ଭୋଗ କରିବାକୁ ପଡ଼ିବ। ଯେତିକି ଦିନ ମଝିରେ କଟେଇବାକୁ ପଢ଼ିବ ତାହା ପାଇଁ କେବଳ ଜାତକ ରେ ଅଶୁଭ ଗ୍ରହ ର ପ୍ରତିକାର ମାଧ୍ୟମ ରେ ଉଣା ଅଧିକ କରିହେବ।

ଆଜି କାଲି ଏହି ଜ୍ୟୋତିଷ ଶାସ୍ତ୍ର ଏତେ ଲୋକ ପିୟ ଲାଭ କରିଛି ଯେ ଏମିତି କି ପ୍ରତିଷ୍ଠିତ ରାଜନୀତିକ ନେତା, ଅଭିନେତା, ସରକାରୀ, ବେସରକାରୀ କର୍ମଚାରୀ, ବ୍ୟବସାୟୀ ଗୃହିଣୀ, ଛାତ୍ର ଛାତ୍ରୀ, ସମସ୍ତେ ଏହା ପ୍ରତି ଆକ୍ରୁଷ୍ଟ। ଦୈନନ୍ଦିନ ଜୀବନର ସମସ୍ୟା ଓ ପ୍ରଶ୍ନ ର କିଛି ନା କିଛି ସମାଧାନ ଏ ଶାସ୍ତ୍ର ଦ୍ଵାରା କରାଯାଏ। ଏପରିକି ନିଜର ପାରିବାରିକ, ସାମାଜିକ, ବିବାହ ବ୍ୟବସାୟ, ରୋଗ, ଦୁଃଖ,ମାଲିମକଦମା, ଦୁର୍ଘଟଣା, ଚାକିରୀ ପ୍ରମୋସନ,ପାଣିପାଗ,ଦେଶର ରାଜନୀତିକ ପରିସ୍ଥିତି, ଦୈନିକ ରାଶିଫଳ ଇତ୍ୟାଦି ବିଷୟରେ ଜାଣିବାକୁ ପ୍ରତ୍ୟେକ ଦିନ ଗଣମାଧ୍ୟମ ର ସହାୟତା ନେଇଥାଉ।

ଏଠାର ପ୍ରଶ୍ନ ଆସେ ଯେ ଏହା କେତେକ ଠାରେ ପଯୁଜ୍ୟ ହୋଇଥାଏ ଓ କେତେ ଜାଗାରେ ହୋଇନଥାଏ। ଯେଉଁଠାରେ ଠିକ୍ ହୁଏ ନାହିଁ ସେମାନଙ୍କ ଠାରେ ଦ୍ୱନ୍ଦ ଆସିଥାଏ। କାରଣ ପ୍ରତ୍ୟେକ ଙ୍କ କର, କପାଳ ଓ କୋଷ୍ଠି ରେ ପ୍ରଭେଦ ଥାଏ। ତେଣୁ ଜାତକ କୁ ଭଲ ଭାବରେ ବିଚାର କରି ଶୁଭ ଓ ଅଶୁଭ ଗ୍ରହ ମନଙ୍କ ଶାସ୍ତ୍ର ମତେ ଉପଯୁକ୍ତ ବିଧିବିଧାନ ଦ୍ବାରା ପ୍ରତିକାର କରାଇଲେ ନିଶ୍ଚିତ ଶୁଭ ଫଳ ପ୍ରାପ୍ତି ହେବ ଏଥିରେ ସନ୍ଦେହ ପ୍ରଶ୍ନ ନାହିଁ।

ଜୟ ଜଗନ୍ନାଥ !

Contact Our Expert Astrologers

+ (91) 1800-124-105

Our Services

service

Vastu Shastra

service

Birth Journal

service

Manglik Dosha

service

Lal Kitab

service

Crystal Ball

service

Kundli Dosh

service

Tarot Reading

service

Palm Reading

Choose Zodiac Sign

Know Your Zodiac Sign

    • Date Of Birth

    • Time Of Birth

    • Place Of Birth

    What Our Customers Say

    testimonial testimonial

    ବାସୁଦେବ ସାରଙ୍କୁ ଅଶେଷ ଧନ୍ୟବାଦ

    Chira Ranjan Sahh

    testimonial testimonial

    ବାସୁଦେବ ସାରଙ୍କୁ ଅଶେଷ ଧନ୍ୟବାଦ ଶୁଭ ଓ ଅଶୁଭ ଗ୍ରହ ମନଙ୍କ ଶାସ୍ତ୍ର ମତେ ଉପଯୁକ୍ତ ବିଧିବିଧାନ ଦ୍ବାରା ପ୍ରତିକାର ଶୁଭ ଫଳ ପ୍ରାପ୍ତି ହେବ ଏଥିରେ ସନ୍ଦେହ ପ୍ରଶ୍ନ ନାହିଁ। ଜୟ ଜଗନ୍ନାଥ !

    Prev
    Next

    ବାର୍ଷିକ ରାଶିଫଳ

    ମେଷ ରାଶିର ବାର୍ଷିକ ରାଶିଫଳ ୨୦୨୫

    2025 ବର୍ଷ ଆପଣଙ୍କ ପାଇଁ ଶୁଭ ରହିବ। ହେଲେ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ କରିବା ପାଇଁ ପଡିବ । ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ଏହି ବର୍ଷ ଆରମ୍ଭ କରି ପାରିବେ, ଆୟରେ ବୃଦ୍ଧି ହେବ । ସେହିପରି ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ନିଜ ଚଞ୍ଚଳ ସ୍ୱଭାବ ପରିବର୍ତ୍ତନ କରନ୍ତୁ । ବର୍ଷ ପ୍ରଗତି ସହିତ ଆରମ୍ଭ ହେବ, ଯାହା ଅଭିବୃଦ୍ଧି ଏବଂ ଅଗ୍ରଗତି ପାଇଁ ସୁଯୋଗ ପ୍ରଦାନ କରିବ । ହେଲେ ବର୍ଷର ଶେଷ ଛଅ ମାସରେ ବ୍ୟବସାୟ ଏବଂ କର୍ମକ୍ଷେତ୍ର ରାଜନୀତିରେ ସ୍ଥିରତା ରହିବ । ହେଲେ ଆପଣଙ୍କର ଧୈର୍ଯ୍ୟ ପରୀକ୍ଷା ହେବ । ସତର୍କ ରୁହନ୍ତୁ । ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରୁହନ୍ତୁ । ବର୍ଷ ଆରମ୍ଭରୁ ଟିକେ ସତର୍କ ରୁହନ୍ତୁ । କୌଣସି କମ ଆରମ୍ଭ କରିବା ପୂର୍ବରୁ ଚିନ୍ତା କରନ୍ତୁ । ତେବେ ଅଜଥା ଚିନ୍ତା କରନ୍ତୁ ନାହିଁ । ନିଜ ସ୍ୱାସ୍ଥ୍ୟ ଅନୁସାରେ ଶାରୀରିକ ପରିଶ୍ରମ କରନ୍ତୁ । ଶିକ୍ଷା ଦୃଷ୍ଟିରୁ ଏହି ବର୍ଷ ଭଲ ରହିବ । ହେଲେ ଏହି ବର୍ଷ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବା ପାଇଁ ପଡିବ । ଫ୍ୟାସନ ଡିଜାଇନର୍ ମାନଙ୍କୁ ଭଲ ସୁଯୋଗ ମିଳିବ ସେହିପରି ଟୁଲ ଟ୍ରାଭେଲରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ବିଦେଶ ଯିବାର ମୌକା ମିଳିବି । ଆର୍ଥିକ ଦୃଷ୍ଟିରୁ, ଆପଣ ନିୟନ୍ତ୍ରିତ ଖର୍ଚ୍ଚ କରନ୍ତୁ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ଚାକିରୀ ଖୋଜୁଥିବା ବ୍ୟକ୍ତିମାନେ ପ୍ରଥମ ଛଅ ମାସରେ ସଫଳତା ପାଇପାରନ୍ତି ସ୍ଥାୟୀ ଲାଭ ପାଇଁ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ସେହିପରି ଆଣଙ୍କ ପ୍ରେମ ଜୀବନ ମିଶ୍ରିତ ରହିବ । ବିବାହର ସାମାନ୍ୟ ବିଳମ୍ବ ହେବ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

    service
    Prev
    Next